ସାଲେପୁର : ଯୌତୁକ ଜୁଇରେ ଜଳିଲେ ନବବଧୂ । କରିଥିଲେ ପ୍ରେମ ବିବାହ । କିନ୍ତୁ ଯୌତୁକ ଆଣି ନ ଥିବାରୁ ଶାଶୁଘର ଲୋକ କରୁଥିଲେ ଟାହିଟାପରା । ଝିଅକୁ ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ଏବେ ମୋ ଝିଅକୁ ଜୀବନରୁ ଶେଷ କରିଦେଲେ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତକ ଝିଅର ବାପା ମା । କଟକ ଜିଲ୍ଲା ନେମାଳ ଥାନା ଅଧିନସ୍ଥ ନେମାଳ ପଞ୍ଚାୟତ ମାଳିଗାଁ ଗାଁର ପ୍ରେମାନନ୍ଦ ସାହୁଙ୍କ ଝିଅ ସ୍ଥିତିପ୍ରଜ୍ଞା ସାହୁଙ୍କୁ ଶାନ୍ତପୁର ପଞ୍ଚାୟତ ମାଣିକପୁର ଗାଁର ଗଣେଶ୍ୱର ନାଥଙ୍କ ପୁଅ ଶ୍ରୀନିବାସ ନାଥ ପ୍ରେମ ବିବାହ କରିଥିଲେ । ଉଭୟ ପ୍ରେମ ବିବାହ କରିବା ପରେ ଯୌତୁକକୁ ନେଇ ପାରିବାରିକ କଳହ ଲାଗି ରହୁଥିଲା । ଏ ବାବଦରେ ଝିଅ ସ୍ଥିତି ପ୍ରଜ୍ଞା ତାଙ୍କ ମା’ଙ୍କୁ ଫୋନ୍ କରି ସବୁ ଜଣାଇଥିଲେ । କିନ୍ତୁ ଗତ କାଲି ରାତିରେ ସ୍ଥିତି ପ୍ରଜ୍ଞାଙ୍କୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା ମା’ । ଏନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ପୋଲିସକୁ ଘଟଣା ବାବଦରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଶ୍ରୀ ନିବାସ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନେମାଳ ପୋଲିସ । ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ବାପ ଘର ଲୋକେ ।
ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବଧୂ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











