The Ultimate Managed Hosting Platform
ADVERTISEMENT

ବାହାର ରାଜ୍ୟରୁ ଚୋରି ଭୁବନେଶ୍ୱରରେ ବିକ୍ରି

Facebook
Twitter
LinkedIn

ଭୁବନେଶ୍ୱର: ଏକ ସକ୍ରିୟ ରହିଥିବା ଆନ୍ତଃରାଜ୍ୟ କାର୍ ଚୋରି ର‌୍ୟାକେଟର ରହସ୍ୟ ଉନ୍ମୋଚନ କରିଛି କମିଶନରେଟ୍ ପୋଲିସ । ଜଣା ପଡିଛି ଯେ ବାହାର ରାଜ୍ୟ ମାନଙ୍କରୁ କାର ଗୁଡ଼ିକ ଚୋରି କରି ଭୁବନେଶ୍ୱରରେ ଆଣି ବିକ୍ରି କରୁଥିଲା । ରବିବାର ସହିଦ୍ ନଗର ଥାନାର ପୋଲିସ ଚନ୍ଦକା ଥାନା ଗୋଠପାଟଣାରେ ରହୁଥିବା ଅଭିୁକ୍ତ ଅବଦୁଲ୍ ସକୁର୍ ଜନ୍‌କବିର୍(୪୮)କୁ ଗିରଫ କରିବା ସହ ର‌୍ୟାକେଟର ରହସ୍ୟକୁ ଉନ୍ମୋଚନ କରିଛି । ଅଭିୁକ୍ତ ଠାରୁ ଦୁଇଟି ଚୋରା କାର୍ ମଧ୍ୟ ଜବତ କରିଛି ସହିଦ୍ ନଗର ପୋଲିସ । ଏନେଇ ଆଇପିସିର ଦଫା ୩୭୯/୪୧୧/୪୧୪/୪୮୨ ମାମଲା(ନଂ. ୫୦୫/୨୧) ରୁଜୁ କରି ଅଭିୁକ୍ତକୁ କୋର୍ଟ ଚାଲଣା କରିଛି । ସେ ମଧ୍ୟ ପ୍ରଦେଶ ଏବଂ ଛତିଶଗଡରୁ ୪୦ଟି ଚୋରା କାର୍ ଆଣି ଭୁବନେଶ୍ୱରରେ ବିକ୍ରି କରିଥିଲା । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ର‌୍ୟାକେଟରେ ଓଡିଶାରୁ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ଖୋଳତାଡ ଜାରୀ ରଖିଛି ।

ସୂଚନାନୁଯାୟୀ, ଅଭିଯୁକ୍ତ ଜଣକ ପଡିରହି ନଷ୍ଟ ହେଉଥିବା ବିଭିନ୍ନ ଫାଇନାନ୍ସ କମ୍ପାନୀର କାର୍ ଗୁଡ଼ିକୁକୁ କିଣି ବିକ୍ରି କରୁଥିଲେ । ସେହି ସମୟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଗାଡି ଲୁଟେରାଙ୍କ ସହ ପରିଚୟ ହୋଇଥିଲା । ସେମାନେ ଅବଦୁଲ୍‌ଙ୍କୁ ଏହି ଅଫର ଦେଇଥିଲେ । ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ସେ ଉକ୍ତ ଗ୍ୟାଙ୍ଗ ସହ ହାତ ମିଶାଇ ଚୋରି ଗାଡି ବିକ୍ରିର ନୂଆ ବ୍ୟବସାୟ ଆରମ୍ଭ କରିଥିଲେ । ଲୁଟେରା ମାନେ ଚୋରା କାର୍ ଦେଉଥିଲେ ସେଥିରେ ସେ ଫାଇନାନ୍ସ କମ୍ପାନୀରୁ ଆଣୁଥିବା ଭଙ୍ଗା କାର୍ର ନମ୍ବର ପ୍ଲେଟ୍ କାଢି ଉକ୍ତ ନଂ ଲଗାଇ ବିକ୍ରି କରୁଥିଲେ ଏବଂ ସେହି ବିକ୍ରି ଟଙ୍କାରୁ ଲୁଟେରାଙ୍କୁ ଦେବା ସହ ନିଜ କମିଶନ କାଟି ରଖୁଥିଲେ ।

ଅବଦୁଲ୍‌ଙ୍କୁ ରିମାଣ୍ଡରେ ନେବ ମଧ୍ୟପ୍ରଦେଶ ପୋଲିସ୍‌ö କମିଶନରେଟ ପୋଲିସ ଅଭିଯୁକ୍ତ ଅବଦୁଲ୍‌କୁ ଧରିବା ପରେ ଏହି ବାବଦରେ ମଧ୍ୟପ୍ରଦେଶ ପୋଲିସକୁ ଖବର ଦେଇଥିଲା । ମଧ୍ୟପ୍ରଦେଶ ପୋଲିସ ସହିଦ୍ ନଗର ଥାନାରେ ପହଂଚି ତଦନ୍ତ ଜାରୀ ରଖିବା ସହ ସେଥିରେ ମିଶିଥିବା ଲୁଟେରା ଗ୍ୟାଙ୍ଗଙ୍କ ସମ୍ପର୍କରେ ତଥ୍ୟ ପାଇବା ପାଇଁ ଅଭିଯୁକ୍ତ ଅବଦୁଲ୍‌କୁ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login