ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେଲା ଭିବି-ଜି ରାମ ଜି ବିଲ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଲ ପାରିତ । ମନରେଗା ନାଁ ବଦଳାଇ ନୂଆ ଯୋଜନା ଭିବି-ଜି ରାମ-ଜି ଆଣିବାକୁ ସରକାରଙ୍କ ଉଦ୍ୟମକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଏନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।ତେବେ ବିରୋଧୀ ମନରେଗା ନାମ ପରିବର୍ତ୍ତନକୁ ଆଦୌ ଗ୍ରହଣ କରୁ ନାହାନ୍ତି। ଯୋଜନା ସହ ମହାତ୍ମା ଗାନ୍ଧୀଙ୍କ ନାମ ଜଡ଼ିତ ଥିଲା। ହେଲେ ସେମାନେ ଗାନ୍ଧୀଙ୍କ ନାଁ ହଟାଇବାକୁ ଚାହୁଛନ୍ତି। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ବଡ଼ ଅପମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
Views: 26











