ରେଢାଖୋଲ : ବସ-ହାଇୱା ମୁହାଁମୁହିଁ ଧକ୍କା । ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ହୋଇଛନ୍ତି । ପଣ୍ଡକିମାଳ ଚୈାର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବ୍ରହ୍ମପୁରରୁ ରାଉରକେଲା ଯାଉଥିଲା ବସ । ହାଇୱାଟି ଝାରସୁଗୁଡାରୁ ବୈାଦ୍ଧ ଯାଉଥିଲା । ବସ୍ ଟି ଯାଉଥିବାବେଳେ ପାଉଁଶ ବୋଝେଇ ହାଇୱା ସହ ଧକ୍କା ହୋଇଥିଲା । ଫଳରେ ହାଇୱାଟି ରାସ୍ତା ତଳକୁ ଓଲଟି ପଡିଥିଲା । ଏଥିରେ ହାଇୱାର ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି । ବସ୍ ରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଛି ।
Views: 53











