The Ultimate Managed Hosting Platform
ADVERTISEMENT

ସୁଦାନରୁ ଓଡିଶା ଫେରିଲେ ଆଦର୍ଶ ; କହିଲେ ବଞ୍ଚିବି କି ନାହିଁ ଜାଣିନଥିଲି

Facebook
Twitter
LinkedIn

ଭୁବନେଶ୍ୱର : ସୁଦାନରୁ ଫେରିଲେ ଓଡିଆ ପୁଅ ଆଦର୍ଶ । ହ୍ରାଇଦ୍ରାବାଦରୁ ଭୁବନେଶ୍ୱର ଆସିଲେ ଆଦର୍ଶ । ଆଦର୍ଶଙ୍କ ଫେରିବା ନେଇ ଚିନ୍ତିତ ଥିଲେ । ସୁଦାନ ଗୃହ ଯୁଦ୍ଧ ସ୍ଥିତି ଯୋଗୁଁ ଫସିଥିଲେ ଆଦର୍ଶ । ଜଗତସିଂହପୁର କୋକକଣାର ଆଦର୍ଶ ବେହେରା । ଅନ୍ୟପଟେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆଦର୍ଶ । ମୋତେ ସେନା କର୍ମଚାରୀ ଭାବି ଅପହରଣ କରି ନେଇଥିଲେ । ୩ ଦିନ ଜଙ୍ଗଲରେ ରଖିଲେ , ଦେଢମାସ ଜେଲରେ ରଖିଲେ । ବହୁତ ମାଡପିଟ କରିଛନ୍ତି , ଦିନେ ଖାଇଲେ ଦିନେ ଓପାସ । ଭାରତୀୟ ଜାଣିବା ପରେ ନିର୍ଯାତନା ଟିକେ କମିଥିଲା । ବହୁତ ଅନୁରୋଧ କରି ତାଙ୍କ ମୋବାଇଲରୁ ଯୋଗାଯୋଗ କରିଥିଲି । ତାଙ୍କରି ଭିତରୁ କିଛି ଭଲ ଲୋକ ମୋତେ ସାହାଯ୍ୟ କଲେ ।
ଭୁବନେଶ୍ବରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ବିମାନବନ୍ଦରରେ ଭାବବିହ୍ବଳ ସ୍ଥିତି ସୃଷ୍ଟି ହୋଇଥିଲା । ୨୦୨୨ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଆଦର୍ଶ ବେହେରା । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ଅପହରଣ କରି ନେଇଥିଲେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login