ଭୁବନେଶ୍ୱର : ଚଳିତବର୍ଷ ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି ରହିଛି। ଗତ ୩ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଭୁବନେଶ୍ବର ବଜାରରେ ପାଖାପାଖି ୭୦୦୦ ଟଙ୍କା ମହଙ୍ଗା ହୋଇଯାଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୬୩୦୦ ଟଙ୍କା ମହଙ୍ଗା ହୋଇଛି। ତେବେ ଶୁକ୍ରବାର ତୁଳନାରେ ଶନିବାର ସୁନା ଦର ସାମାନ୍ୟ କମିଛି। ୩ ସପ୍ତାହ ପୂର୍ବରୁ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୧,୨୭,୦୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୧୬,୪୫୦ ଟଙ୍କା ରହିଥିଲା। ସାଧାରଣ ଲୋକ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ରୁପା ଦର ବୃଦ୍ଧି ସୁନାକୁ ବଳିଯାଇଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୫୬,୫୪୮ ଟଙ୍କା (୭୪.୨୫ ପ୍ରତିଶତ) ଏବଂ ରୁପା ଦର କିଲୋଗ୍ରାମ ପିଛା ୧,୦୯,୧୬୩ ଟଙ୍କା (୧୨୬.୯୧ ପ୍ରତିଶତ) ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଡଲାର ଦୁର୍ବଳ ହେବା ସହିତ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଭୂରାଜନୈତିକ ଅନିଶ୍ଚିତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣିବା ଫଳରେ ଏହି ଧାତୁର ଦର ବଢ଼ୁଛି। ଅନ୍ୟପକ୍ଷରେ ରୁପାକୁ କେବଳ ଗହଣା ଭାବେ ବ୍ୟବହାର କରାଯାଉନାହିଁ। ସୋଲାର, ଇଲେକ୍ଟ୍ରୋନିକ୍ସ ଓ ଇଭି ଶିଳ୍ପରେ ଏହାର ବ୍ୟବହାର ବଢ଼ୁଛି। ଏଥିସହିତ ଅନ୍ୟ କେତେକ କାରଣରୁ ବଜାରରେ ରୁପା ଦର ବଢ଼ୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ହୁହୁ ହୋଇ ବଢୁଛି ସୁନା ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











