ବ୍ରହ୍ମଗିରି : ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ୱାମୀ ଗିରଫ । ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ସାମନ୍ତସିଂହାରକୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୋଲିସ । ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲି । ଶ୍ରୀକ୍ଷେତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏନେଇ ପ୍ରଥମେ ବାଲିଚନ୍ଦ୍ରପୁଟ ଥାନା ପରେ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗତକାଲି ଭୁବନେଶ୍ବର ଫରେଷ୍ଟ ପାର୍କ ଅଞ୍ଚଳରୁ ଗିରଫ କରାଯାଇଛି । ଶ୍ରୀକ୍ଷେତ୍ରଙ୍କୁ ଏବେ ପୁରୀ ଜିଲ୍ଲା ପୋଲିସ ହେଡକ୍ବାଟରରେ ରଖାଯାଇଥିବା ସୂଚନା ମିଳିଛି ।
Views: 69











