ସୋରଡା : ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତାବିଳମ୍ବିତ ରାତିରେ ୧୨ଟି ଧାନ ଗଦାରେ ଲଗାଇଦେଲେ ନିଆଁ । ଗଞ୍ଜାମ ବଡ଼ଗଡ଼ ଥାନା ସନ୍ଧିକେନ୍ଦୁ ଗାଁର ଚାଷୀ ଧାନ କାଟି ଗଦାକରିଥିଲେ ।ଗାଁର ୧୨ଜଣ ଚାଷୀ ଧାନ କାଟି ଅମଳ ପାଇଁ ଗଦା କରିଥିଲେ । କିନ୍ତୁ ନିଆଁରେ ସବୁ ଧାନ ପୋଡ଼ି ଭସ୍ମ ହୋଇଯାଇଛି । ଧାନର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ। ସୋରଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ନିଆଁ ଲାଗିବାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।
Views: 63











