The Ultimate Managed Hosting Platform
ADVERTISEMENT

ମେଘନାଦ ପାଚେରୀରୁ ଗଳୁଛି ପାଣି !

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରୀରୁ ଗଳୁଛି ପାଣି । ମେଘନାଦ ପାଚେରୀରେ ଶିଉଳି ଲାଗିବ ସହ ଅନବରତ ପାଣି ଧାର ଚାଲୁଛି । ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା। ଗ୍ରାଉଟିଂ କରାଯିବା ପରେ ଡ୍ରେନ୍ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା। ମାତ୍ର ଗ୍ରାଉଟିଂ ମେଘନାଦ ପାଚେରିୁ ବର୍ଷେ ବି ସୁରକ୍ଷା ଦେଇପାରିଲା ନାହିଁ। ପୁଣି ୩ଟି ସ୍ଥାନରେ ଡ୍ରେନ୍ ପାଣି ଝରି ଶିଉଳି ଚରିଗଲାଣି। ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ନିଜେ ଅସୁରକ୍ଷିତ ହୋଇପଡ଼ିଲାଣି। ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ସମ୍ଭବତଃ ଏହା ଯୋଡ଼େଇକୁ ପ୍ରଭାବିତ କରୁଥିବା ଜଳଜଳ ବାରି ହୋଇପଡ଼ୁଛି। ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରୁଥିବା ନିଃସନ୍ଦେହ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଇନମନ୍ତ୍ରୀ ଗତବର୍ଷ ଏ ସମ୍ପର୍କିତ ପ୍ରତିକ୍ରିୟା ରଖି ପାଚେରି ମରାମତି ହେବ ବୋଲି କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login