The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ନାଁରେ OASଙ୍କୁ ଠକେଇ ; ୨ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଭିଜିଲାନ୍ସ ଅଫିସର କହି ଠକେଇ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଓଏଏସ ଅଧିକାରୀଙ୍କୁ ଠାରୁ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି । ସୁବର୍ଣ୍ଣପୁରର ଗଣେଶ ନନ୍ଦ ଓ ପ୍ରଦୀପ ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ କେସର ଧମକ ଦେଇ ଉଭୟ ଟଙ୍କା ଆଦାୟ କରୁଥିଲେ । ଅଭିଯୁକ୍ତ ଗଣେଶର ଟ୍ରୁ-କଲର ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମେଣ୍ଢାମାଳର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡା । ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେମାନେ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ । ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା । ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login