ମାଲକାନଗିରି : ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ । ପର୍ଯ୍ୟାୟକ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ସରିବା ପରେ କେଭିଙ୍କ ପ୍ରତିକ୍ରିୟା । ଦୁଇ ଗୋଷ୍ଠୀ ଦାବିପତ୍ର ପ୍ରଦାନ କରିଛନ୍ତି , ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି । ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । ମୃତ ଲାକେ ପୋଡ଼ିଆମୀଙ୍କ ପରିବାରକୁ କ୍ଷତି ପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା, ଜବତ ହୋଇଥିବା ତାଙ୍କ ସମସ୍ତ ଜମି ଫେରସ୍ତ କରିବା ସହି ପୂର୍ବରୁ ଆସିଥିବା ବଙ୍ଗୀୟ ସମାଜକୁ ଡିଆଯାଇଥିବା ଜମି ଛାଡି ଜବରଦସ୍ତ ରଖିଥିବା ଜମିକୁ ସରକାରଙ୍କୁ ଫେରାଇବାକୁ ଦାବି କରାଯାଇଥିଲା। କୌଣସି ଆଦିବାସୀ କିମ୍ବା ସଂଘର ଲୋକଙ୍କୁ ଗିରଫ କରା ନଯାଉ ବୋଲି ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି କହିଥିଲେ। ସେହିପରି ବଙ୍ଗୀୟ ସମାଜ ପକ୍ଷରୁ ସଭାପତି ଗୌରାଙ୍ଗ କର୍ମାକର କହିଥିଲେ ଯେ ଆଗାମୀ ଦିନରେ ଯେପରି କୌଣସି ଗାଁର ଲୋକଙ୍କୁ ଆକ୍ରମଣ କରା ନଯାଏ । ଏମଭି-୨୬ ଗ୍ରାମର ଲୋକଙ୍କୁ କ୍ଷତିପୂରଣ ସହ ଧାନ କାଟିବା ଏବଂ ମଣ୍ଡିରେ ବିକ୍ରି ପର୍ୟ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯାଉ। ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ଦଣ୍ଡ ଦିଆଯାଉ ଭଳି ଦାବି କରିଥିଲେ।
ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ; ଆଇନଶୃଙ୍ଖଳା ବଜାୟ ରଖିବାକୁ କହିଲେ କେଭି ସିଂହଦେଓ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











