ବ୍ୟୁରୋ : ଦେଶୀ ଘିଅ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ଭଲ ତା’ ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ କାମ କରିଥାଏ । ବାସ୍ତବରେ ଦେଶୀ ଘିଅ ଆପଣଙ୍କ ସ୍କିନ୍, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଦେଶୀ ଘିଅ ଦ୍ୱାରା ବିୟୁଟି ବେନିଫିଟ୍ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ତେବେ ଅନେକ ଲୋକ ଅଛନ୍ତି ମୁହଁରେ ଘିଅ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ, ଏହି କାରଣରୁ ସେମାନେ ଘିଅର ଉପକାରିତା ବିଷୟରେ ଜାଣିପାରନ୍ତି ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ସ୍କିନ୍ରେ ଘିଅ ଲଗାଇବାର ଫାଇଦା କ’ଣ ଏବଂ ଏହାକୁ କିପରି ଲଗାଇବା । ଶୀତ ଋତୁରେ ଅଧିକାଂଶ ଲୋକ ଡ୍ରାଏ ସ୍କିନ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଡ୍ରାଏ ସ୍କିନ୍ ଯୋଗୁଁ ମୁହଁର ଚମକ କମିଯାଏ । ଡ୍ରାଏ ସ୍କିନ୍ ଯୋଗୁଁ ତ୍ୱଚା ମଧ୍ୟ ଦୁର୍ବଳ ଓ ନିର୍ଜୀବ ଦେଖାଯାଏ । ଯଦି ଆପଣଙ୍କ ତ୍ୱଚା ମଧ୍ୟ ଶୁଷ୍କ ଏବଂ ନିର୍ଜୀବ ଦେଖାଯାଉଛି, ତେବେ ଆପଣ ନିଜ ଚେହେରାର ଚମକ ବଢାଇବା ପାଇଁ ଦେଶୀ ଘିଅ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ମୁହଁରେ ଦେଶୀ ଘିଅ କିପରି ଲଗାଇବେ । ଉଜ୍ଜ୍ୱଳ ତ୍ୱଚା ପାଇଁ ଆପଣ ଦେଶୀ ଘିଅକୁ ନାଇଟ୍ କ୍ରିମ୍ ଭାବରେ ବ୍ୟବହାର କରିପାରିବେ । ରାତିରେ ଦେଶୀ ଘିଅ ଲଗାଇ ମୁହଁରେ ଶୋଇବା ଦ୍ୱାରା ତ୍ୱଚାରେ ଡ୍ରାଏନେସ ହୋଇନଥାଏ । ଘିଅ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏହା ପରେ ଆଙ୍ଗୁଠି ସାହାଯ୍ୟରେ ଦେଶୀ ଘିଅ ମୁହଁରେ ଲଗାନ୍ତୁ । ଶୀତ ଋତୁରେ ମୁହଁ ମାଲିସ କରିବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଘିଅରେ ମୁହଁକୁ ମାଲିସ୍ କରିବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ, ସେହିପରି ତ୍ୱଚାକୁ ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସେହିଭଳି ଘିଅ ଫାଟିଥିବା ଓଠକୁ ନରମ ଏବଂ ଚମକଦାର ମଧ୍ୟ କରିଥାଏ । ଯଦି ଆପଣଙ୍କ ଓଠ ଫାଟିଯାଏ ତେବେ ଆପଣ ପ୍ରତିଦିନ ଆପଣଙ୍କ ଓଠରେ ଘିଅକୁ ଲିପ୍ ବାମ୍ ଭାବରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଓଠକୁ ମଇଶ୍ଚରାଇଜ୍ ରଖିବ ।
ଆପଣଙ୍କ ତ୍ୱଚାକୁ ଚମକାଇବ ଦେଶୀ ଘିଅ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











