The Ultimate Managed Hosting Platform
ADVERTISEMENT

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ । ପୋଲିସ ସମେତ ଅନେକ ଶ୍ରଦ୍ଧାଳୁ ଆହତ

Facebook
Twitter
LinkedIn

 ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀରେ ହିଂସାକାଣ୍ଡ । ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରେ ପଥର ମାଡ଼କୁ ନେଇ ଜାହାଙ୍ଗୀରପୁରୀ ଅଞ୍ଚଳରେ ଉତ୍ତେଜନା ବଢିବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା । ଏହି ହିଂସାକାଣ୍ଡରେ ୬ଜଣ ପୋଲିସକର୍ମୀ ସମେତ ଶୋଭାଯାତ୍ରାରେ ସାମିଲ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହିଂସାକାଣ୍ଡ ପରେ ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଜାଗାରେ ପୋଲିସ୍ ମୁତୟନ କରାଯାଇଛି ।

ବିଶେଷକରି ହିଂସାକାଣ୍ଡ ଘଟିଥିବା ଦିଲ୍ଲୀର ସେଂଟ୍ରାଲ ଡିଷ୍ଟ୍ରିକ୍ ଓ ନର୍ଥ ଇଷ୍ଟ ଡିଷ୍ଟ୍ରିକ୍ଟରେ ଅଧିକ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ପୋଲିସ୍ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓକୁ ଆଧାର କରି ପୋଲିସ୍ କିଛି ସନ୍ଦିଗ୍ଧକୁ ଚିହ୍ନଟ କରିଥିବା ଜଣାପଡ଼ିଛି । ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ପଚରାଉଚରା କରୁଛି ପୋଲିସ । ଘଟଣାର ପୂରା ତଦନ୍ତ ପାଇଁ ୧୦ ଟିମ୍ ଗଠନ କରାଯାଇଛି । ହିଂସାକାଣ୍ଡକୁ ନେଇ ପୂରା ଦିଲ୍ଲୀରେ ଆଲର୍ଟ ଜାରି କରିଛି ପୋଲିସ । ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଦିଲ୍ଲୀ କମିସନରଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି । କେଜ୍ରିୱାଲ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ

ଏସସିବିରୁ ସୁସ୍ଥ ହୋଇ ଘରକୁ ଫେରିଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ

କଟକ : ଡିସଚାର୍ଜ ହେଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ । ଜୁଲାଇ ୧୨ ତାରିଖରେ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହୂତି ଦେବା ବେଳେ ଉଦ୍ଧାର...

ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ ; ସୁରେଶ ପୂଜାରୀ

ବନ୍ୟା : ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ ମିଳିବ ସହାୟତା

ଭୁବନେଶ୍ୱର : କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।...

ADVERTISEMENT
ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ । ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଅଧ୍ୟକ୍ଷ ଗଙ୍ଗାଧର...