ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି । ଏହି ଗସ୍ତ ସମୟରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ କରିବେ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମରେ ବୋରିସଙ୍କ ଭାରତ ଗସ୍ତକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । କାରଣ ଗୋଟିଏ ପଟେ ଭାରତ ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିରେପକ୍ଷତା ରକ୍ଷା କରୁଛି ତ ବ୍ରିଟେନ ଖୋଲା ଖୋଲି ଭାବେ ୟୁକ୍ରେନକୁ ସମର୍ଥନ ଜାରି ରଖିଛି । ଏହି କାରଣରୁ ଲଣ୍ଡନ ଓ ନୂଆଦିଲ୍ଲୀ ମଧ୍ୟରେ ସଂପର୍କ ପୂର୍ବଭଳି ନାହିଁ ।

ଭାରତ ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବୋରିସ ଜନସନ ଭାରତ ଆସୁଛନ୍ତି । ବୋରିସ ଏପ୍ରିଲ ୨୧ ଓ ୨୨ ତାରିଖ ଦୁଇଦିନ ଧରି ଭାରତରେ ରହିବେ । ଏହି ଗସ୍ତର ପ୍ରଥମ ଦିନରେ ବୋରିସ ଗୁଜୁରାଟ ଗସ୍ତ କରିବେ ଓ ଦ୍ୱିତୀୟ ଦିନରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୋରିସ ଆର୍ଥିକ, ରକ୍ଷା, ସୁରକ୍ଷା ଓ ଟେକ୍ନୋଲୋଜୀ ସହାୟତା ଉପରେ ଆଲୋଚନା କରିପାରିନ୍ତି ବୋଲି ଅନୁମାନ କରାଯାଉଛି