ନୂଆଦିଲ୍ଲୀ : ପ୍ରଭାବିତ ସମସ୍ତ ରୁଟରେ ନ୍ୟାୟସଙ୍ଗତ ସଠିକ ଭଡା ନିଶ୍ଚିତ କରିବାକୁ ନିଦେ୍ର୍ଦଶ । ନିଦେ୍ର୍ଦଶ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ । ରିଅଲ-ଟାଇମ ଡାଟା ମାଧ୍ୟମରେ ଭଡାସ୍ତରକୁ ନଜର ରଖିବାକୁ ପରାମର୍ଶ । ବିମାନ କମ୍ପାନୀ ଓ ଅନଲାଇନ ଟ୍ରାଭେଲ ପ୍ଲାଟଫର୍ମଗୁଡିକୁ ସହ ସମନ୍ୱୟ ରଖନ୍ତୁ । ସୂଚନାନୁଯାୟୀ, ପରିଚାଳନାରେ ଅସୁବିଧା ଯୋଗୁଁ ଅନେକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି । କିଛି ବିମାନ କମ୍ପାନୀ ଅନେକ ରୁଟରେ ଅତ୍ୟଧିକ ଭଡ଼ା ଆଦାୟ କରିବା ଆରମ୍ଭ କରିଛନ୍ତି । ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ହସ୍ତକ୍ଷେପ କରିବା ସହ ଏହାକୁ ଅବଗତ କରାଇଛନ୍ତି । ମନ୍ତ୍ରଣାଳୟ ଆହୁରି ମଧ୍ୟ ସ୍ପଷ୍ଟ ଭାବେ କହିଛି ଯେ, କୌଣସି ପରିସ୍ଥିତିରେ ଯାତ୍ରୀଙ୍କଠାରୁ ମନମୁଖୀ ଭଡ଼ା ଆଦାୟକୁ ଗ୍ରହଣ କରାଯିବ ନାହିଁ । ଏହି ସବୁକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଭାବିତ ରୁଯରେ ଏକ ଭଡ଼ା ସୀମା ମନ୍ତ୍ରଣାଳୟ ଲାଗୁ କରିଛି । ଏହି ଭଡ଼ା ସୀମାକୁ କଡ଼ାକଡ଼ି ପାଳନ କରିବାକୁ ବିମାନ କମ୍ପାନୀକୁ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରି କହିଛି । ଏଥିସହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପରିସ୍ଥିତି ସମ୍ପୂର୍ଣ୍ଣ ସ୍ଥିର ନହେବା ପର୍ୟ୍ୟନ୍ତ ଏହି ଭଡ଼ା ସୀମା କାର୍ୟ୍ୟକାରୀ ହେବ ।
ଇଣ୍ଡିଗୋ ସଙ୍କଟ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ; ସଠିକ ଭଡା ନିଶ୍ଚିତ କରିବାକୁ ସରକାରଙ୍କ ନିଦେ୍ର୍ଦଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











