କିଛି ଦିନରୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରୁ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି । କିଏ ବିବାହ କରୁଛି ତ ଆଉ କାହା ଘରେ କୁନି ଶିଶୁକୁ ସ୍ଵାଗତ କରାଯାଉଛି । ‘ୟେ ରିସ୍ତା କ୍ୟା କେହଲାତା ହୈ ‘ର ଫେମ୍ ଅଭିନେତ୍ରୀ ମୋହିନା କୁମାରୀ ସିଂ ଏହି ସମୟରେ ଖୁସି ଖବର ଦେଇଛନ୍ତି । ଖବର ମୁତାବକ, ଟିଭି ସିରିଏଲ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ମୋହିନା କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ଗର୍ଭଧାରଣର ବିଷୟରେ ଜଣାଇଥିଲେ। ଏହା ପରେ ମୋହିନା ସୋସିଆଲ ମିଡିଆରେ ତାଙ୍କ ଗର୍ଭଧାରଣ ସମୟର ଅନେକ ଯାତ୍ରା ବିଷୟରେ ପ୍ରତ୍ୟେକ ଛୋଟ ସ୍ମୃତିକୁ ସେୟାର କରିଥିଲେ । ହେଲେ ବର୍ତ୍ତମାନ ଯାଏଁ ଶିଶୁ ବିଷୟରେ ଏପର୍ଯ୍ୟନ୍ତ ଅଭିନେତ୍ରୀ କି ତାଙ୍କୁ ପରିବାର ମଧ୍ୟର କୌଣସି ସୂଚନା ମିଳିନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ମୋହିନା ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ଏହା ଦେଖିବାକୁ ବାକି ରହିଲା ଅଭିନେତ୍ରୀଙ୍କ ପରିବାରରୁ ଏଖବର କେତେ ଦିନ ନିଶ୍ଚିତ ହୋଇପାରୁଛି ।

କହିବାକୁ ଗଲେ ଟେଲି ଅଭିନେତ୍ରୀ ତଥା କୋରିଓଗ୍ରାଫର ମୋହିନା କୁମାରୀ ସିଂ ୨୦୧୯ରେ ସୁୟଶ ରାୱତଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ ଦେଇଥିଲେ ।