ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ଶିକାର ହୋଇଥାନ୍ତି । ଯେପରି କି ଆଣ୍ଠୁ ଗଣ୍ଠି ଦରଜ । ପ୍ରଥମେ ଏଭଳି ସମସ୍ୟା କେବଳ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଅଳ୍ପ ବୟସରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏମିତିରେ ଆବଶ୍ୟକ ଏଭଳି ଖାଦ୍ୟ ଖାଇବେ ଯେଉଁଥିରେ ସାରା ଜୀବନ ହାଡ ମଜଭୂତ ରହିବ । ଆଉ ହାଡକୁ ମଜଭୂତ କରିବା ପାଇଁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇ ତତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ହେଲେ କଣ ଆପଣ ଜାଣନ୍ତି ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ । ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।
ଛୋଟ ହେଉ ବା ବଡ , ଚକଲେଟ୍ ସମସ୍ତଙ୍କ ପସନ୍ଦ । ଏହା ନା କେବଳ ମୁଡକୁ ଫ୍ରେସ୍ କରିଥାଏ ବରଂ ମୁହଁର ସ୍ବାଦ ମଧ୍ୟ ବଡାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଏବଂ ଓକ୍ସୋଲେଟର ମାତ୍ରା ବଢିଯାଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ ଏବଂ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।
ଖାଦ୍ୟର ସ୍ବାଦ ବଢାଇଥାଏ ଲୁଣ । କିନ୍ତୁ ଅଧିକ ଲୁଣ ଖାଇଲେ ହାଡ ଦୁର୍ବଳ ହୋଇଯାଇଥାଏ । ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଶରୀରରୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦେଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡ ଦୁର୍ବଳ ହୋଇଯାଇଥାଏ ।
ଚା ହେଉ ବା କଫି, ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଏଥିରୁ ହିଁ କରିଥାନ୍ତି । କିନ୍ତୁ ଏସବୁ ପିଇବା ପୂର୍ବରୁ ଏହାର କ୍ଷତି ବିଷୟରେ ଜାଣିବା ଆବଶ୍ୟକ । ଚା ଏବଂ କଫିରେ କଫିନ୍ ଭରପୁର ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।
ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପ୍ରାୟ ସମସ୍ତଙ୍କର ଡାଏଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଏ । କିନ୍ତୁ ମନେ ରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ ।
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











