ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୪୬୨ ଏଚଆଇଭି ପଜିଟିଭ ଚିହ୍ନଟ । ୨୦୨୨-୨୩ ତୁଳନାରେ ଚଳିତ ବର୍ଷ ପଜିଟିଭ ହାର ହ୍ରାସ ପାଇଛି । ଚଳିତ ବର୍ଷ ୨୦ ଲକ୍ଷ ଟେଷ୍ଟ ଲକ୍ଷ୍ୟ , ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ଟେଷ୍ଟ ସିରିଛି । ମୁଖ୍ୟତଃ ମାଆଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । କଟକ, ଗଂଜାମ ଓ ନବରଙ୍ଗପୁରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏଚଆଇଭି ସଂକ୍ରମଣରେ କ୍ୟାଟେଗୋରୀ-୧ରେ ରହିଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୩୩୮, କଟକରେ ୨୬୧, ନବରଙ୍ଗପୁରରେ ୭୦ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୩୩୮ , ସମ୍ବଲପୁରରେ ୧୯୫ , ସୁନ୍ଦରଗଡରେ ୧୨୧ ଚିହ୍ନଟ ହୋଇଛନ୍ତି ।
Views: 57











