ନୂଆଦିଲ୍ଲୀ : A320 ଫ୍ୟାମିଲି ବିମାନର ସଫ୍ଟବ୍ୱେରରେ ଯାନ୍ତ୍ରିକ ତ୍ରୁଟି । ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି । ଏୟାରବସ A320 ଫ୍ୟାମିଲି ବିମାନ ସର୍ବାଧିକ ବିକ୍ରି ହେଉଥିଲା । ଏହି ସମସ୍ୟା ଯୋଗୁଁ ବିଶ୍ୱବ୍ୟାପୀ, ବିଶେଷ କରି ଭାରତରେ ଉଡ଼ାଣ ସେବାରେ ବିଳମ୍ବ ହେଉଛି। ସାରା ବିଶ୍ବରେ ପ୍ରାୟ ୬ହଜାର ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ବେଳେ ଭାରତରେ ଶହେରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ଏକ ବୈଷୟିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତୀବ୍ର ସୌର ବିକିରଣ ଫଳରେ ଫ୍ଲାଇଟ୍ କଣ୍ଟ୍ରୋଲ୍ ପାଇଁ ଆବଶ୍ୟକୀୟ ତଥ୍ୟ ନଷ୍ଟ ହୋଇପାରେ। ୟୁରୋପୀୟ ବିମାନ ଚଳାଚଳ ସୁରକ୍ଷା ଏଜେନ୍ସି (ଋଇଝଇ) ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକରେ ତୁରନ୍ତ ସଫ୍ଟୱେର୍ ଏବଂ/କିମ୍ବା ହାର୍ଡୱେର୍ ଅପଗ୍ରେଡ୍ କରିବାକୁ କୁହାଯାଇଛି। ଭାରତୀୟ ବିମାନ ସେବା ପ୍ରଦାନକାରୀ IndiGo ଏବଂ Air India ଏହି ସମସ୍ୟା ଯୋଗୁଁ ସେମାନଙ୍କର କିଛି ଉଡ଼ାଣରେ ବିଳମ୍ବ କିମ୍ବା ବାତିଲ୍ ହେବାର ଆଶଙ୍କା ଥିବା ନେଇ ଯାତ୍ରୀମାନଙ୍କୁ ସତର୍କ କରାଇଛନ୍ତି ।
A320 ବିମାନକୁ ବିପଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











