ହଂକଂ : ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି , ୭୦ରୁ ଅଧିକ ଗୁରୁତର । ଏବେବି ଶତାଧିକ ନିଖୋଜ ଥିବା ସୂଚନା । ତାଇପୋ ଜିଲ୍ଲାରେ ହାଉସିଂ କଂପ୍ଲେକ୍ସରେ ଘଟିଥିଲା ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ । ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ହଂକଂ ପୋଲିସ । ଅଗ୍ନିକାଣ୍ଡ ନେଇ ହଂକଂ ସିଟିରେ ଲେଭଲ ୫ ସର୍ତକ ସୂଚନା ଜାରି ହୋଇଛି । ୧୯୮୦ରେ ନିର୍ମିତ ଏକ ବିଲଡିଂର ମରାମତି କାର୍ୟ୍ୟ ପାଇଁ ବନ୍ଧା ଯାଇଥିବା ବାଉଁଶରେ ନିଆଁ ଲାଗି ଏକାଧିକ ବହୁତଳ କୋଠାକୁ ବ୍ୟାପିଥିଲା ।
ଏହି ସବୁ ଅଟ୍ଟାଳିକାରେ ପ୍ରାୟ ୪,୬୦୦ରୁ ଅଧିକ ଲୋକ ରହୁଥିବା ବେଳେ, ଅଧିକାଂଶ ବରିଷ୍ଠ ନାଗରିକ ଅଛନ୍ତି । ବିଗତ ୩ ଦଶନ୍ଧିରେ ଏହା ହଂକଂର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି ସ୍ଥଆନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ନିଆଁ ନିୟନ୍ତ୍ରଣକୁ ଆସିନଥିବା ବେଳେ, ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅଗ୍ନିବିପନ୍ନଙ୍କ ପାଇଁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଏବଂ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି । ସରକାର ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରି ବାସହରା ପରିବାରଙ୍କ ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।
ହଂକଂ ନିଆଁ ; ୯୪ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











