ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ପଣାରେ ମହକୁଛି ପୁରଠୁ ପଲ୍ଲୀ। ଆଜି ରାଜ୍ୟରେ ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମୋଦି କହିଛନ୍ତି ଯେ, ଓଡ଼ିଆ ନବ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ। ନୂଆ ବର୍ଷ ଆନନ୍ଦରେ ପରିପୂର୍ଣ୍ଣ ହେଉୱ ଆମ ସମାଜରେ ଭାଇଚାରାର ସମ୍ପର୍କ ମଜଭୂତ ହେଉ ଏବଂ ସମସ୍ତେ ଉତ୍ତ ସ୍ଵାସ୍ଥ୍ୟରେ ରୁହନ୍ତ, ଏହାହିଁ କାମନା କରୁଛି।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ ।
Views: 252