ଜଗତସିଂହପୁର(ଲୋକନାଥ ସାହୁ) :ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଉପଭୋକ୍ତା ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟଙ୍କ କରକମଳରେ ସରକାରଙ୍କ ବୈଧ ମାପ ବିଜ୍ଞାନ ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତଡିଜିଟାଲ ୱେଇଙ୍ଗ ମେସିନ ବ୍ୟବସାୟ ପ୍ରତିଷ୍ଠାନ ( ଏକ୍ସଲେଣ୍ଟ ଓଏଟ ଆଣ୍ଡ ମେଜର ସର୍ଭିସେସ)ମକୁନ୍ଦପୁର ଠାରେ ମୁଖ୍ୟ ରାସ୍ତାକଡ ସୁବର୍ଣ୍ଣବରାହୀ ମନ୍ଦିର ନିକଟରେ ଉଦଘାଟନ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ ବରିଷ୍ଠ ସାମାଜିକ କର୍ମୀ ନିରଞ୍ଜନ କରିକ,ରାଜ୍ୟ ଅଭିଭାବକ ମହାସଂଘ ଉପସଭାପତି ପୂର୍ଣଚନ୍ଦ୍ର ମହାପାତ୍ର, ସର୍ବୋଦୟ କର୍ମୀ ରବି ମହାନ୍ତି, ବରିଷ୍ଠ ନାଗରିକ ଶରତ ଓଝା, ରମେଶ ଚନ୍ଦ୍ର ରାଉତ,ବିଜୟ କୁମାର ସ୍ବାଇଁ, ସୁବାସ ଚନ୍ଦ୍ର ବାରିକ, ଆଇନୀଜୀବୀ ଶକ୍ତିଧର ମିଶ୍ର,ବରିଷ୍ଠ ଆଇନୀଜୀବୀ ମାନସ ରଞ୍ଜନ ସ୍ବାଇଁ, ସମାଜ ବିକାଶ ମିଶନର ପ୍ରତିଷ୍ଠାତା ସରିତ ମହାପାତ୍ର, ଗୋପାଳ ଚନ୍ଦ୍ର ଓଝା ଏରସମା ନାଗରିକ ମଞ୍ଚର ଉମେଶ ଚନ୍ଦ୍ର ଖଟୁଆ ଓ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଡିଜିଟାଲ ଓଜନ ଯନ୍ତ୍ର ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।ଏଠାରେ ସମସ୍ତ ପ୍ରକାରର ଡିଜିଟାଲ ଓଜନ ଯନ୍ତ୍ର, ନିକିତି ଓ ବଟକରା ଉପଲବ୍ଧ ହେବ। ଏହା ଜିଲ୍ଲାର ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ପାଇଁ ସ୍ୱଳ୍ପ ମୂଲ୍ୟରେ ଭରସା ଯୋଗ୍ୟ ଉତ୍ତମ ସେବା ଯୋଗାଇବ ବୋଲି ସର୍ବସମତ ମତ ପ୍ରକାଶ ପାଇଥିଲା। ପ୍ରତିଦିନ ପ୍ରତିଷ୍ଠାନ ଖୋଲା ରହିବ।ଯୋଗାଯୋଗ ପାଇଁ ଆବଶ୍ୟକ ହେଲେ ୯୪୩୮୩୩୦୧୭୦ରେ ଫୋନ କରିପାରିବେ ବୋଲି ପ୍ରତିଷ୍ଠାନର ଭାଗିଦାର ଜଣାଇଥିଲେ। ଶେଷରେ ବରିଷ୍ଠ ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଜିଟାଲ ଓଜନ ଯନ୍ତ୍ର ବ୍ୟବସାୟ ପ୍ରତିଷ୍ଠାନ ଉଦଘାଟିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











