ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଶ୍ରୀଲଙ୍କା ପାଶ୍ୱର୍ବର୍ତ୍ତୀ ଭାରତ ମହାସାଗରରେ କେନ୍ଦ୍ରୀଭୂତ ଅବପାତ । ଉତ୍ତର ଉତ୍ତରପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହେବ । ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ସମ୍ଭାବନା । ତାମିଲନାଡୁ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହେବା ସମ୍ଭାବନା ।ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ । ଯଦି ବାତ୍ୟା ସୃଷ୍ଟି ହୁଏ, ଏହାର ନାଁ ରହିବ ଦିତ୍ବା।ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିବ ନାହିଁ । ଡିସେମ୍ବର ୧ ଓ ୨ ତାରିଖରେ ରାଜ୍ୟରେ କାଁଭାଁ ବର୍ଷା ହୋଇପାରେ ।
Views: 40











