ଭୁବନେଶ୍ୱର : ଲ୍ୟାଣ୍ଡଫଲ କଲା ବାତ୍ୟା ‘ସେନୟାର’ । ଇଣ୍ଡୋନେସିଆ ଉପକୂଳରେ ଆଜି ସକାଳ ପ୍ରାୟ ୮ଟାରେ ଏହା ସ୍ଥଳ ଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ପନବର ବେଗ ଥିଲା ୭୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ପର୍ୟ୍ୟନ୍ତ ତାର ତୀବ୍ରତା ବଜାୟ ରଖିବ । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ପୂର୍ବ ଦିଗ ଆଡକୁ ରିକର୍ଭ କରି ଦୁର୍ବଳ ପଡ଼ିବ ବାତ୍ୟା ସେନ୍ୟାର । ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ଏବେ ଦକ୍ଷିଣ ଶ୍ରୀଲଙ୍କା ନିକଟରେ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ ।
Views: 35











