ମାଲକାନଗିରି : ପୋଲିସ ନିକଟରେ ୨୮ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡର ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ବସ୍ତର ଆଇଜିଙ୍କ ନିକଟରେ ଅସ୍ତ୍ରଶସ୍ତ୍ ସହ ଆତ୍ମସମର୍ପଣ କଲେ । ଏମାନଙ୍କ ମଧ୍ୟରେ ୧୯ ଜଣ ମହିଳା, ମୋଟ ୮୯ ଲକ୍ଷର ପୁରସ୍କାର ଥିଲା । ଗତ ୫୦ ଦିନରେ ନାରାୟଣପୁରରେ ୫୧୨ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଲେଣି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି । ଗତ ୫୦ଦିନ ମଧ୍ୟରେ ନାରାୟଣପୁର ଜିଲ୍ଲାରେ ୫୧୨ ଜଣ ନକ୍ସଲ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି । ବାକି ସମସ୍ତ ନକ୍ସଲ ଆତ୍ମସର୍ପଣ କରନ୍ତୁ ବୋଲି କହିଛନ୍ତି ଆଇଜି ସୁନ୍ଦର ରାଜ୍ ।
Views: 54











