The Ultimate Managed Hosting Platform
ADVERTISEMENT

ଇଥିଓପିଆରେ ଉଦଗୀରଣ , ବିମାନ ଚଳାଚଳ ବାତିଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଇଥିଓପିଆରେ ହେଲି ଗବିନ୍ ଜ୍ୱାଳାମୁଖୀ ବିସ୍ଫୋରଣର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଦ୍ୱାରା ଜ୍ୱାଳାମୁଖୀ ଧୂଆଁ ଓମାନ ଏବଂ ଆରବ ସାଗର ଦେଇ ଭାରତୀୟ ବାୟୁମଣ୍ଡଳରେ ପହଞ୍ଚିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ମୁମ୍ବାଇ–ଦିଲ୍ଲୀ ପାଣିପାଗ କାର୍ୟ୍ୟାଳୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏକ SIGMET ଜାରି କରିଛନ୍ତି । ଏହାରି ମଧ୍ୟରେ ବିମାନ ଚଳାଚଳ ଅଧିକାରୀମାନେ ସତର୍କ କରାଇବା ସହିତ ବିମାନ ଚଳାଚଳ ବନ୍ଦ କରିଛନ୍ତି । ଯାହା ଉଡ଼ାଣ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ତେଣୁ ରୁଟ୍ ଏବଂ ଉଡ଼ାଣ ସ୍ତର ଉପରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ ।
ସୂଚନାନୁଯାୟୀ, ଇଥିଓପିଆର ହେଲି ଗବିନ୍ ଜ୍ୱାଳାମୁଖୀ ହଠାତ୍ ବିସ୍ଫୋରଣ ହୋଇଥିଲା । ଜ୍ୱାଳାମୁଖୀ ଉଦଗୀରଣ ହେବା ମାତ୍ରେ ସିଧାସଳଖ ବାୟୁପଥକୁ ପ୍ରଭାବିତ କରେ । ଏହି ଉଦଗୀରଣର ପ୍ରଭାବ ୨୩ ନଭେମ୍ବରରେ ଭାରତ ଉପରେ ପଡିଥିଲା । ଏହି ଉଦ୍ଗୀରଣ ହେବା ଫଳରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟ ଭାରତର ବିମାନ ମାର୍ଗ ନିକଟ ଦେଇ ଗତି କରୁଛି । ଅନ୍ୟପଟେ ଆଗ୍ନେୟଗିରି ଧୂଆଁ ବିମାନ ପାଇଁ ଅତ୍ୟନ୍ତ ବିପଦଜନକ କାରଣ ଏହା ଇଞ୍ଜିନ ବିଫଳତାର କାରଣ ହୋଇପାରେ । ଧୂଆଁ ଇଞ୍ଜିନ ଉପରେ ପ୍ରଭାବ ପକାଇଥାଏ, ଯାହା ଫଳରେ ଅବରୋଧ ସୃଷ୍ଟି ହୁଏ । ୱିଣ୍ଡସିଲ୍ଡ ଏବଂ ସେନ୍ସରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଏ । ଏଥିସହ ବିମାନର ଏୟାରଫ୍ରେମଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ଏହା ରାଡାରରେ ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ ତେଣୁ ବିପଦର ଆଶଙ୍କା ଥାଏ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇ ଏବଂ ଦିଲ୍ଲୀ ପାଣିପାଗ ବିଭାଗର କାର୍ୟ୍ୟାଳୟଗୁଡ଼ିକ SIGMET ଜାରି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login