The Ultimate Managed Hosting Platform
ADVERTISEMENT

ପଦ ଛାଡିଲେ ଦେବାଶିଷ ସାମନ୍ତରାୟ, କହିଲେ ବିଜେଡି ବ୍ୟୁରୋକ୍ରାଟିକ ଦଳ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଦେଲେ ଇସ୍ତଫା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଗୁରୁତ୍ୱ ଦେଉ ନଥିବାରୁ ପଦବୀ ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁ ନ ଥିବା ଚିଠିରେ ଅଭିଯୋଗ ।
ଉପସଭାପତି ପଦ ଛାଡିବା ପରେ ଦେବାଶିଷ ସାମନ୍ତରାୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବିଜୁ ଜନତା ଦଳ ଏବେ ବୁ୍ୟରୋକ୍ରାଟିକ ଦଳ ହୋଇଯାଇଛି । ବିଜୁ ବାବୁଙ୍କ ଆଦଶ୪ରେ ଆଉ ବିଜେଡି ପରିଚାଳିତ ହେଉନାହିଁ । ବରିଷ୍ଠ ମାନଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନି । ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଯେପର୍ୟ୍ୟନ୍ତ ନବୀନ ବାବୁ ଦଳକୁ ପରିଚାଳନା କରୁଥିବେ ସେଯାଏ ମୋର ବିଜେଡି ଛାଡ଼ିବାର ନାହିଁ। ବିଜେଡିରେ ଗୁରୁତ୍ବ ଦେଉନଥିବାରୁ ପଦ ଛାଡ଼ିଲି। ମୁଁ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲି। କିନ୍ତୁ ନବୀନ ବାବୁ ଅସୁସ୍ଥ ଥିବା କାରଣରୁ ମୁଁ ଚୁପ୍ ରହିଥିଲି। ହେଲେ ଏବେ ବାଧ୍ୟ ହୋଇ ପଦଛାଡ଼ିଛି। ଆଗେ ମୁଁ ନବୀନ ବାବୁଙ୍କ ସହ ସିଧାସଳଖ କଥା ହେଉଥିଲି। ହେଲେ ମୋତେ ସେଥିରେ ବ୍ଲକ୍ କରାଗଲା। ଏକଥା କିଏ କରିଛନ୍ତି, ତାହା ସମସ୍ତଙ୍କୁ ଜଣା। ନୂଆପଡ଼ାରେ ଜଣେ ଜିଲ୍ଲାର ବାହାରର ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ କିଏ ନିଷ୍ପତ୍ତି ନେଲା ବୋଲି ସେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ନବୀନ ବାବୁ କଦାପି ଏଭଳି କାମ କରିନଥିବେ।
ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login