ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଜୋଶୀମଠର ହେଲଙ୍ଗ-ଉର୍ଗମ ରାଜପଥରେ ଏକ ଦୁର୍ଘଟଣା ଘଟିଛି । ଗାଡ଼ିରେ ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟାଇଥିଲାବେଳେ ଅନ୍ୟ ୩ଜଣ ନିଖୋଜ ରହିଥିବା ଜଣାପଡିଛି । ଗାଡ଼ି ଖାଇ ଭିତରକୁ ଖସିପଡିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି । ଶାସନ ଉଦ୍ଧାର କାର୍ୟ୍ୟକୁ ତୀବ୍ର କରିବା ସହ ନିରନ୍ତର ଭାବେ କାର୍ୟ୍ୟ ଜାରି ରଖିଛି । ଏଥିସହ ଉଦ୍ଧାରକାରୀ ଟିମ୍ ଆହତମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ପ୍ରଶାସନ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଯୋଗାଯୋଗ ରଖିବା ସହ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିବାକୁ ନିବେଦନ କରିଛି ।
Views: 59











