ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ଜୋରଦାରରେ ପ୍ରସ୍ତୁତି ଚାଲିଛି । ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ପତାକା ଉତ୍ତୋଳନ ଏବଂ ପୂର୍ଣ୍ଣାହୁତି ସମାରୋହକୁ ଚୂଡାନ୍ତ କରିବା ଆରମ୍ଭ କରିଛି । ଟ୍ରଷ୍ଟର ସଂଯୋଜକ ଶରଦ ଶର୍ମା ଏହି କାର୍ୟ୍ୟକ୍ରମରେ ଜଡିତ ଥିବା ବିବରଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୂଚନାନୁଯାୟୀ, ପାଖେଇ ଆସୁଛି ଐତିହାସିକ ମୂହୁର୍ତ୍ତ । ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା । ଆହୁରି ସୁନ୍ଦର ହୋଇଯିବ ଦିବ୍ୟ ମନ୍ଦିର । ଆସନ୍ତା ୨୫ ତାରିଖରେ ଧ୍ବଜାରୋହଣ ଉତ୍ସବ ହେବ । ସେଥିପାଇଁ ଜୋରଦାରରେ ଧ୍ବଜାରୋହଣ ଉତ୍ସବ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଯୋଧ୍ୟାର ପୂଜ୍ୟ ସନ୍ଥମାନଙ୍କ ସହିତ ପୂର୍ବ ଉତ୍ତର ପ୍ରଦେଶ, ଅବଧ ପ୍ରଦେଶ, କାଶୀ ପ୍ରଦେଶ, ଗୋରଖ ପ୍ରଦେଶ ଏବଂ ବିଭିନ୍ନ ମଠ, ମନ୍ଦିର ଏବଂ ଆଦିବାସୀ ଅଞ୍ଚଳର ପ୍ରମୁଖ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହ ଏହି ସମାରୋହରେ ୬ହଜାରରୁ ୭ଲୋକ ମଧ୍ୟ ସାମିଲ ହେବେ ।
Views: 23











