The Ultimate Managed Hosting Platform
ADVERTISEMENT

ରାଜ୍ୟରେ ଗଠନ ହେବ ୪ ନୂଆ ତହସିଲ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ। ନୂଆ ତହସିଲ ଗଠନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ । ଭୁବନେଶ୍ବର ତହସିଲକୁ ତିନି ଭାଗରେ ବିଭକ୍ତ କରାଯିବ । ଭୁବନେଶ୍ବର ଦୁଇ ନୂଆ ତହସିଲ ସହ କଟକ ଓ ସମ୍ବଲପୁର ତହସିଲକୁ ଆଉ ଗୋଟିଏ ଲେଖାଏଁ ଭାଗ କରାଯିବ। ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସହରୀକରଣ ତଥା ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ସରକାରୀ ସେବା ଯୋଗାଣରେ ଉନ୍ନତି ଆଣିବା ପାଇଁ ଚାରୋଟି ନୂଆ ତହସିଲ ଗଠନକୁ ଅନୁମୋଦନ କରାଯାଇଛି । ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ବର୍ତ୍ତମାନ ବିଦ୍ୟମାନ ତହସିଲଗୁଡ଼ିକରେ ବଢ଼ୁଥିବା ସମସ୍ୟାର ସମାଧାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମହାନଗର ନିଗମ ଅଞ୍ଚଳରେ ବିଶାଳ କ୍ଷେତ୍ରାଧିକାର, ଜନସଂଖ୍ୟାର ଅଧିକ ଘନତ୍ୱ, ଏବଂ ନାଗରିକ ସେବା ପାଇଁ ବଢ଼ୁଥିବା ଚାହିଦା ହେତୁ, ଏହି ତହସିଲଗୁଡ଼ିକ ବହୁ ଚାପର ସମୁଖୀନ ହେଉଛି। ଏହାକୁ ସୁଗମ କରିବାକୁ ତଥା ଲୋକଙ୍କୁ ସୁବିଧା ଯୋଗାଇବାକୁ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login