The Ultimate Managed Hosting Platform
ADVERTISEMENT

ଦିଲ୍ଲୀକୁ ପୁଣି ବୋମା ଧମକ ! ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା ପାଇଁ ଧମକ ମିଳିବା ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବହୁ ସଂଖ୍ୟାରେ ପୁଲିସ ଏବଂ ବୋମା ନିରୋଧକ ତଥା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାକେତ କୋର୍ଟର ସମଗ୍ର ପରିସରକୁ ତୁରନ୍ତ ଖାଲି କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । କୋର୍ଟ ଏବଂ ସ୍କୁଲ୍ ପରିସରରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଧମକ ଦେଇଥିବା ବ୍ୟକ୍ତିର ଫୋନ୍ ସୁଇଚ୍ ଅଫ୍ ଥିବା ଜଣାପଡ଼ିଛି । ଏହି ଘଟଣା ସକାଳ ପ୍ରାୟ ୯ଟା ସମୟରେ ଜଣାପଡ଼ିଥିଲା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଦିଲ୍ଲୀର ପ୍ରଶାନ୍ତ ବିହାର ଏବଂ ଦ୍ୱାରକାରେ ଥିବା ସିଆରପିଏଫ୍ ସ୍କୁଲଗୁଡ଼ିକୁ ଏକକାଳୀନ ଇ-ମେଲ୍ ମାଧ୍ୟମରେ ମଧ୍ୟ ବୋମା ଧମକ ମିଳିଥିଲା । ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ଏବଂ ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ଏହି ଧମକ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login