ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା । ଏହି ଦୁଇ ଷ୍ଟାର କପଲ୍ଙ୍କୁ ନେଇ ସୋସିଆଲ୍ ମିଡିଆରେ ବିବାହର ଅନେକ ଫଟୋ ଭାଇରାଲ୍ ହେଉଛି । କୁହାଯାଉଛି କି ଏପ୍ରିଲ ୧୪ରେ ରଣବୀର ଏବଂ ଆଲିଆ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ବିବାହ ସମ୍ପର୍କରେ ଆଲିଆ ରଣବୀରଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ।

ସୋସିଆଲ ମିଡିଆରେ ମଧ୍ୟ ଆଲିଆ ରଣବୀରଙ୍କ ବିବାହ ବିଷୟରେ ପ୍ରଶଂସକମାନେ ବହୁତ କିଛି ଆଲୋଚନା କରୁଛନ୍ତି। ଏହା ବ୍ୟତୀତ ଉଭୟଙ୍କ ଥ୍ରୋବ୍ୟାକ୍ ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆଲିଆ – ରଣବୀର ସହ ତାଙ୍କର ପ୍ରଥମ ସାକ୍ଷାତକାରର କାହାଣୀ କହିଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଆଲିଆ ଭଟ୍ଟ କହିଛନ୍ତି ଯେ ଯେତେବେଳେ ସେ ରଣବୀରଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା। ମୁଁ ବହୁତ ଲାଜକୁଳି, କାରଣ ମୋତେ ତାଙ୍କ କାନ୍ଧରେ ମୁଣ୍ଡ ରଖିବାର ଥିଲା, କିନ୍ତୁ ମୁଁ ଏହା କରି ପାରିଲି ନାହିଁ । ଆଲିଆଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ପିଲାଦିନରୁ ରଣବୀର କପୁରଙ୍କୁ ବହୁତ ପସନ୍ଦ କରନ୍ତି। ସେ ତାଙ୍କର ବହୁତ ବଡ ଫ୍ୟାନ୍। ହେଲେ କହିବାକୁ ଗଲେ ବର୍ତ୍ତମାନ ସେ ତାଙ୍କ ପତ୍ନୀ ହେବାକୁ ଯାଉଛନ୍ତି ।