କରାଚୀ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଏକ ଅବୈଧ ଅସ୍ଥାୟୀ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଜଣାପଡିଛି । ଶନିବାର ରାତିରେ ହାଇଦ୍ରାବାଦ ସହରର ଲତିଫାବାଦ ଅଞ୍ଚଳରେ ଏକ ଅଣଲାଇସେନ୍ସ ପ୍ରାପ୍ତ ବାଣ ତିଆରି ୟୁନିଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳୁଛି । ସୂଚନାନୁଯାୟୀ, ଲତିଫାବାଦ ପୋଲିସ ଷ୍ଟେସନ ନିକଟରେ ଲାଗାରି ଗୋଥ୍ ନଦୀ କୂଳରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଘର ଭୁଶୁଡି ପଡିଥିବାରୁ କିଛି ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏପର୍ୟ୍ୟନ୍ତ ଭଗ୍ନାବଶେଷ ମଧ୍ୟରୁ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଅଧିକାରୀମାନେ କହିଛନ୍ତି ।
Views: 45











