ଜାମ୍ମୁ : ନୈାଗାମ ଥାନାରେ ବିସ୍ଫୋରଣ ବୋଲି କହିଛନ୍ତି ଜାମ୍ମୁକାଶ୍ମୀର ଡିଜିପି । ବିସ୍ଫୋରଣ ଦୁର୍ଘଟଣା ଜନିତ ଥିବାନେଇ ଗଣମାଧ୍ୟମକୁ ଦେଲେ ସୂଚନା । ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୈାଣସି ଅନୁମାନ ଅନାବଶ୍ୟକ । ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି ।ପୋଲିସ ଓ ଫରେନସିକ ଟିମ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି । ଡିଜିପି ନଲିନ ପ୍ରଭାତ କହିଛନ୍ତି, ହରିୟାଣାର ଫରିଦାବାଦ ଜିଲ୍ଲାରେ ଏକ ଆତଙ୍କବାଦୀ ମଡ୍ୟୁଲ୍ ଠାବ କରାଯାଇଥିଲା ଏବଂ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଥିଲା। ଜମ୍ମୁ ଏବଂ କଶ୍ମୀର ପୁଲିସ ଆତଙ୍କବାଦୀ ମଡ୍ୟୁଲ୍ ଠାବ କରିଥିବାରୁ, ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ, ଆମୋନିୟମ୍ ନାଇଟ୍ରେଟ୍, ଶ୍ରୀନଗରର ନୌଗାମ୍ ପୁଲିସ ଷ୍ଟେସନକୁ ପରୀକ୍ଷା ପାଇଁ ଅଣାଯାଇଥିଲା।
ସେଠାରେ ପ୍ରଥମ ଆତଙ୍କବାଦୀ ମଡ୍ୟୁଲ୍ ମାମଲା ପଞ୍ଜିକୃତ ହୋଇଥିଲା। ଗତ ଦୁଇ ଦିନ ଧରି ବିସ୍ଫୋରକଗୁଡ଼ିକର ତଦନ୍ତ କରାଯାଉଥିଲା। ତେବେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ଦୁଃଖଦ ଘଟଣାର ଅନ୍ୟ କୌଣସି କାରଣ ନାହିଁ। ଏଥିରେ ପୁଲିସ ଏବଂ ଅନ୍ୟାନ୍ୟ ଅଧିକାରୀ ସମେତ ନଅ ଜଣ ପ୍ରାଣ ହରାଇଛନ୍ତି।
ନୈାଗାମ ଥାନା ବିସ୍ଫୋରଣ ଦୁର୍ଘଟଣାଜନିତ ; ଜାମ୍ମୁକାଶ୍ମୀର ଡିଜିପି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











