ଭୁବନେଶ୍ୱର : ଓଲିଉଡକୁ କାହା ନଜର ଲାଗିଛି । ଜଣଙ୍କ ପରେ ଜଣେ ଅଭିନେତା କଣ୍ଠଶିଳ୍ପୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । କିଛି ଦିନ ପୂର୍ବରୁ ବୁଦ୍ଧାଦିତ୍ୟ , ଅଭିଜିତ ମଜୁମଦାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଦ୍ଧାଦିତ୍ୟ ସୁସ୍ଥ ହୋଇ ଫେରିଛନ୍ତି । କିନ୍ତୁ ଏବେ ପୁଣି ହ୍ୟୁମାନ ସାଗର କିଡନି ଓ ଲିଭର ଜନିତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖାଲି ହ୍ୟୁମାନ ନୁହନ୍ତି ଓଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଦୀର୍ଘ ଦୁଇ ମାସ ହେଲାଣି ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଭଗବାନଙ୍କ କୃପାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଜଣକ ପରେ ଜଣେ ଓଲିଉଡ କଳାକାର ମାନେ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଖେଳାଇଛି । ଆଉ ଅନେକ ପ୍ରଶଂସକ କହୁଛନ୍ତି ବଲିଉଡ ଭଳି ଓଲିଉଡକୁ ବି କାହା ନଜର ଲାଗିଯାଇଛି ।
Views: 70











