The Ultimate Managed Hosting Platform
ADVERTISEMENT

ପୁଣି ଜରୁରୀ ଅବତରଣ କଲା ସ୍ପାଇସଜେଟ ବିମାନ, ଇଂଜିନ ଫେଲ କାରଣରୁ ଅବତରଣ

Facebook
Twitter
LinkedIn

କୋଲକତା : ପୁଣି ମଝି ଆକାଶରେ ଟଳିଲା ବଡ଼ ବିପଦ । ଅଘଟଣରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ଏକ ବିମାନ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ମଝି ଆକାଶରେ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିଲା । ଏନେଇ ବିମାନର ପାଇଲଟ୍ କୋଲକାତା ଏଟିସିକୁ ସୂଚନା ଦେଇଥିଲେ । ଏହାପରେ ବିମାନକୁ କୋଲକତାରେ ଜରୁରୀ ଅବତରଣ କରାଯାଇଥିଲା । ଖବର ମୁତାବକ, ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିମାନଟି ବାହାରିଥିଲା । ସ୍ପାଇସ ଜେଟ ବିମାନ କୋଲକତାରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ଏହାର ଗୋଟିଏ ଇଞ୍ଜିନ୍ କାମ କରିନଥିଲା । ତେଣୁ ପାଇଲଟ୍ ଜରୁରୀକାଳୀନ ଲ୍ୟାଣ୍ଡିଂ ପାଇଁ କୋଲକତା ଏଟିସିକୁ ଅନୁମତି ମାଗିଥିଲେ । ତୁରନ୍ତ ତାଙ୍କୁ ଏନେଇ ଅନୁମତି ମିଳିଥିଲା । ଅନୁମତି ମିଳିବା ପରେ ବିମାନଟି ଅବତରଣ କରିଥିଲା । ବିମାନକୁ ସୁରକ୍ଷିତ ଅବତରଣ କରାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ତେବେ ଅଘଟଣ ବିଷୟରେ ଜାଣିବା ପରେ କୋଲକାତା ବିମାନ ବନ୍ଦରରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଁଚି ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login