The Ultimate Managed Hosting Platform
ADVERTISEMENT

ବସ-ଟ୍ରେଲର ଧକ୍କା , ଜଣଙ୍କର ଗଲା ଜୀବନ

Facebook
Twitter
LinkedIn

ରେଢାଖୋଲ : ବସ-ଟ୍ରେଲର ଧକ୍କା । ଜଣଙ୍କର ଚାଲିଗଲା ଜୀବନ । ଦୁର୍ଘଟମାରେ ୧୩ ଜଣ ଆହତ ହୋଇଛନ୍ତି । ଏନଏଚ-୫୫ର ଲୁହାପଙ୍କରେ ଟ୍ରେଲରକୁ ଧକ୍କା ଦେଲା ବସ । କପିଳାସରୁ ଦର୍ଶନ ସାରି ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ୧୩ ଆହତ ରେଢାଖୋଲ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି । ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ବସରେ ୩୪ଜଣ ଯାତ୍ରୀ ବସିଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି । ବସଟି ଭୂବନେଶ୍ୱରରୁ ସମ୍ବଲପୁର ଯାଉଥିବା ପ୍ରଥମିକ ତଦନ୍ତରୁ ଜଣାପଡିଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ମୃତ୍ୟୁ ହୋଇଥିବା କଣ୍ଡକ୍ଟର ପରିଚୟ ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login