ପାଟନା : ବିହାରର ଦାନାପୁରର ଛାତ ଭୁଶୁଡି ୫ ଜଣଙ୍କର ଜୀବନ ଯାଇଛି । ରାତିରେ ଶୋଇଥିବା ବେଳେ ଗଳି ପଡିଲା ଛାତ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା । ଅନ୍ୟପଟେ ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ସୂଚନା ରହିଛି । ଖବର ମୁତାବକ, ରବିବାର ରାତିରେ ମାଲା ପାଟନାର ଦାନାପୁର ଅଞ୍ଚଳରେ ମାନସ ଗାଁରେ ହୋଇଛି । ଗତ ରାତିରେ ଏକ ଘରେ ପରିବାରର ଲୋକ ଶୋଇଥିବା ବେଳେ ଛାତ ଭୁଶୁଡି ପଡିଥିଲା । ଘର ଭୁଶୁଡିବା ଖବର ଶୁଣି ଆଖପାଖର ଲୋକ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ୟ୍ୟ କରିଥିଲେ । ଘର ଛାତର ବଡ ଅଂଶ ଭାଙ୍ଗିପଡିଥିଲା । ଏଠାରେ ମହମ୍ମଦ ବବଲୁ ସହିତ ତାଙ୍କ ପତ୍ନୀ ଏବଂ ୩ ଜଣ ପିଲା ଶୋଇଥିଲେ ।ମୃତକଙ୍କ ମଧ୍ୟରେ ମହମ୍ମଦ ଏବଂ ତାଙ୍କ ପତ୍ନୀ ୩ ପିଲା ସାମିଲ ରହିଛନ୍ତି । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ସହାୟତା କରିଥିଲେ । ପରିବାରର ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଘଟଣା ବିଷୟରେ ଜଣାପଡିବା ପରେ ପୁରା ଗାଁରେ ଶୋକର ମାହୋଲ ଖେଳିଯାଇଥିଲା ।
ଛାତ ଭୁଶୁଡି ୫ ଜଣଙ୍କର ଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











