ଥାଇଲାଣ୍ଡ : ଥାଇଲାଣ୍ଡରେ ବୋଟ ବୁଡି ୭ ଜଣଙ୍କର ଗଲା ଜୀବନ । ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି । ୩୦୦ ଯାତ୍ରୀଙ୍କୁ ନେଇ ବୋଟଟି ମିଆଁମାରରୁ ଇଣ୍ଡୋନେସିଆ ଯାଉଥିଲା । ଥାଇଲାଣ୍ଡଟି ନିକଟସ୍ଥ ଟାରୁଟାଓ ଦ୍ୱୀପରେ ଅଘଟଣ ଘଟିଛି । ଅନେକ ଯାତ୍ରୀ ଏବେବି ନିଖୋଜ ଥିବା ଆଶଙ୍କା କରାଯାଉଛି । ଘଟଣାର ସଠିକ୍ ସମୟ ଏବଂ ସ୍ଥାନ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
Views: 37











