ତୁର୍କୀ : ଉତ୍ତର-ପଶ୍ଚିମ ତୁର୍କୀରେ ଏକ ପରଫ୍ୟୁମ ଡିପୋରେ ଭୟଙ୍କର ନିଆଁ ଲାଗିଛି । ଏଥିପାଇଁ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ଅଗ୍ନିଶମ ଟିମର ଅଧିକାରୀ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି । ନିଆଁ ଲାଗିବା ପରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ତେଣୁ ଆଖପାଖରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତୁର୍କୀ ଅଧିକାରୀଙ୍କ କହିବାନୁଯାୟୀ, କୋକିଲି ପ୍ରାନ୍ତ ସ୍ଥିତ ପରଫ୍ୟୁମ ଡିପୋରେ ନିଆଁ ଲାଗିବା ଯୋଗୁଁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଜରୁରୀକାଳୀନ ଟିମ୍ ଏବଂ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ ।
Views: 38











