The Ultimate Managed Hosting Platform
ADVERTISEMENT

ରୁଷ ସେନାରେ ୪୪ ଭାରତୀୟ ନିଯୁକ୍ତ ; ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର

Facebook
Twitter
LinkedIn

ନୂଆଦିଲ୍ଲୀ : ରୁଷ ସେନାରେ ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି । ଏହା କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ । ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ରୁଷ ମିଲିଟାରୀରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ନ କରିବାକୁ କୁହାଯାଇଛି । ଗତ କିଛି ମାସ ମଧ୍ୟରେ ରୁଷ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତି ବଢ଼ିଛି । ରୁଷ ଆର୍ମିରେ ଏବେ ୪୪ ଭାରତୀୟ ନିଯୁକ୍ତ ଅଛନ୍ତି । ଜୀବନ ପ୍ରତି ବିପଦ ଥିବାରୁ ଭାରତୀୟ ନାଗରିକଙ୍କୁ ରୁଷ ସେନା ନିଯୁକ୍ତ ପାଇଁ ପ୍ରସ୍ତାବ ଗ୍ରହଣ ନ କରିବାକୁ ବୈଦେଶିକ ମନ୍ତ୍ରାଳୟ ସତର୍କ କରିଦେଇଛି । ରୁଷ ଆର୍ମିରେ କୁକସ, ହେଲପର ସମେତ ସହାୟକ କର୍ମଚାରୀ ଭାବେ ନିୟୋଜିତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ଭାରତ ବାରମ୍ବାର ଦାବି କରିଆସୁଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ରୁଷ ଆର୍ମିରେ ନିଯୁକ୍ତି ପାଇଁ ପ୍ରସ୍ତାବକୁ ଗ୍ରହଣ କରନ୍ତୁ ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପ୍ରସ୍ତାବ ଗ୍ରହଣ ନକରିବାକୁ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login