ନୂଆଦିଲ୍ଲୀ : ରୁଷ ସେନାରେ ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି । ଏହା କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ । ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ରୁଷ ମିଲିଟାରୀରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ନ କରିବାକୁ କୁହାଯାଇଛି । ଗତ କିଛି ମାସ ମଧ୍ୟରେ ରୁଷ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତି ବଢ଼ିଛି । ରୁଷ ଆର୍ମିରେ ଏବେ ୪୪ ଭାରତୀୟ ନିଯୁକ୍ତ ଅଛନ୍ତି । ଜୀବନ ପ୍ରତି ବିପଦ ଥିବାରୁ ଭାରତୀୟ ନାଗରିକଙ୍କୁ ରୁଷ ସେନା ନିଯୁକ୍ତ ପାଇଁ ପ୍ରସ୍ତାବ ଗ୍ରହଣ ନ କରିବାକୁ ବୈଦେଶିକ ମନ୍ତ୍ରାଳୟ ସତର୍କ କରିଦେଇଛି । ରୁଷ ଆର୍ମିରେ କୁକସ, ହେଲପର ସମେତ ସହାୟକ କର୍ମଚାରୀ ଭାବେ ନିୟୋଜିତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ଭାରତ ବାରମ୍ବାର ଦାବି କରିଆସୁଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ରୁଷ ଆର୍ମିରେ ନିଯୁକ୍ତି ପାଇଁ ପ୍ରସ୍ତାବକୁ ଗ୍ରହଣ କରନ୍ତୁ ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପ୍ରସ୍ତାବ ଗ୍ରହଣ ନକରିବାକୁ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ।
ରୁଷ ସେନାରେ ୪୪ ଭାରତୀୟ ନିଯୁକ୍ତ ; ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











