The Ultimate Managed Hosting Platform
ADVERTISEMENT

ଗୁଣ୍ଡିଚା ମନ୍ଦିର ଦଳାଚକଟା ; ୭ ପୋଲିସ ଦାୟୀ

Facebook
Twitter
LinkedIn

ପୁରୀ : ପୁରୀ ଗୁଣ୍ଡିତା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ । ୨୯.୬.୨୫ ରଥ ଯାତ୍ରା ଦିନ ଦଳାଚକଟା ଘଟଣାରେ ଦାୟୀ କରି ସୁପାରିସ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ସୁପାରିସ । ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ । କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ । କେକେ ନାୟକ, ଡିିସିପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାସ । ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖିଲେ ଗୃହ ବିଭାଗର ଅତିରିକ୍ତ ସଚିବ । ପୁରୀ ଶରଧାବାଲିରେ ଭୋର ସମୟରେ ସେଦିନ ପ୍ରବଳ ଭିଡ଼ କାରଣରୁ ଦଳାଚକଟା ହେଇଥିଲା। ଏହି ଅଘଟଣରେ ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଆଖି ବୁଜିଥିଲେ । ତେବେ ଯେତେବେଳେ ରଥଯାତ୍ରାରେ ଏଭଳି ଘଟଣା ଘଟିଥିଲା, ସେତେବେଳେ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଲା, କାହିଁକି ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେଲା, ସେନେଇ ଆରମ୍ଭ ହେଇଥିଲା ଛାନଭିନ୍ । ଆଉ ଏବେ ଦୀର୍ଘ ଦିନ ପରେ ଏ ସଂକ୍ରାନ୍ତରେ ଆସିଛି ରିପୋର୍ଟ । ଏହି ଘଟଣାରେ ପୁଲିସକୁ ଦାୟୀ କରି ୭ ଜଣ ଅଫିସରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସୁପାରିସ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login