ଜମ୍ମୁ : ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ । କୁପବାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଏନକାଉଣ୍ଟର ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । ରିପୋର୍ଟ ଅନୁଯାୟୀ, କୁପୱାଡ଼ାର କେରନ ସେକ୍ଟରରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ସନ୍ଦେହଜନକ କାର୍ୟ୍ୟକଳାପ ଦେଖି ଚ୍ୟାଲେଞ୍ଜ କରିଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ଆଖିବୁଜା ଗୁଳିମାଡ ହୋଇଥିଲା । ଯାହା ଫଳରେ ୨ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି ।
ସେହିପରି ଶ୍ରୀନଗର ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଡାଲଗେଟର କୋନାଖାନ୍ ମମତା ଚୌକ ନିକଟରୁ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ ଦେଶୀ ନିର୍ମିତ ପିସ୍ତଲ ଏବଂ ନଅଟି ଜୀବନ୍ତ କାର୍ଟୁସ୍ ଜବତ କରାଯାଇଛି ।
Views: 37











