ରାଜସ୍ଥାନ : ବିଶ୍ବାସରେ ବିଷ ମିଶାଇଲା ପ୍ରେମିକା । ଯୁବକଙ୍କୁ ଫସାଇବା ପାଇଁ ପୂର୍ବରୁ ପ୍ଲାନ୍ କରିଥିଲା ପ୍ରେମିକା । ମିଠା ମିଠା କଥା କହି ପ୍ରଥମେ ଯୁବକଙ୍କ ବିଶ୍ବାସ ଜିତିଲା । ଆଉ ଯେତେବେଳେ ଟଙ୍କା ଓ ସୁନା ମିଳିଲା ସେତେବେଳେ ଫେରାର ହୋଇଗଲା । ଏଭଳି ଚାଞ୍ଚଲ୍ୟକଣ ଘଟଣା ଉତ୍ତର ପ୍ରଦେଶର ସୋନଭଦ୍ରରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀ ଓ ମା ସହ ମିଶି ରାଜସ୍ଥାନର ଜଣେ ଯୁବକଙ୍କୁ ଫସାଇଥିଲେ । ଯୁବକଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଏବଂ ସୁନାଗହଣା ଠକି ନେଇ ଫେରାର ହୋଇଥିଲେ ୩ ଲୁଟେରା । ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।ରିପୋର୍ଟ ଅନୁଯାୟୀ ରାଜସ୍ଥାନର ଜାଲୋର ଜିଲ୍ଲାର ବାସିନ୍ଦା ରମେଶ କୁମାର ଠକାମୀର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ରମେଶ କୁମାର କିଛି ଦିନ ପୂର୍ବରୁ ରାଣୀ କୁମାରୀ ନାମକ ଜଣେ ମହିଳାଙ୍କୁ ଭେଟିଥିଲେ । ରାଣୀ କୁମାରୀ ପ୍ରେମରେ ପଡ଼ିଯାଇଥିଲେ ରମେଶ । ରମେଶଙ୍କୁ ବିବାହ କରିବା ନେଇ ପ୍ରସ୍ତାବ ଦେଇଥିଲେ ରାଣୀ । ଆଉ ସୁନ୍ଦରୀ ରାଣୀଙ୍କୁ ବିବାହ କରିବେ ଭାବି ରମେଶ ବହୁତ ଖୁସି ହୋଇ ଯାଇଥିଲେ। ରମେଶ ରାଣୀଙ୍କୁ ଏତେ ମାତ୍ରାରେ ବିଶ୍ବାସ କରିବାକୁ ଲାଗିଥିଲେ ଯେ ବିବାହ ପାଇଁ ନଗଦ ଟଙ୍କା ଏବଂ ସୁନାଗହଣା ଦେଇଥିଲେ ନିଜ ପ୍ରେମିକାକୁ ।ବିବାହ ପୂର୍ବରୁ ହିଁ ରାଣୀ କୁମାରୀ ନିଜ ୨୬ ବର୍ଷୀୟ ସ୍ୱାମୀ ରବି ରଞ୍ଜନ ମୌର୍ୟ୍ୟ ଏବଂ ନିଜ ୫୦ ବର୍ଷୀୟ ମା’ ମାୟା ଦେବୀଙ୍କ ସହିତ ଫେରାର ହୋଇ ଯାଇଥିଲା । ରମେଶ କୁମାର ମହିଳା ଓ ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ପୋଲିସରେ ଅଭିଯୋଗ କରିଥିଲେ ରମେଶ । ମାମଲାକୁ ଗୁରୁତ୍ବର ସହ ନେଇ ପୋଲିସ ଅଧିକ୍ଷକ ଅଭିଷେକ ବର୍ମା ଏକ ଟିମ୍ ଗଠନ କରିଥିଲେ । ତଦନ୍ତ ପରେ ପୋଲିସ ସୋନଭଦ୍ରର ରବର୍ଟସଗଞ୍ଜ ଅଞ୍ଚଳରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ମହିଳା ଲୁଟେରା ପ୍ରେମରେ ପଡିଲେ ଯୁବକ , ସବୁ ଲୁଟିନେଲା ପ୍ରେମିକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











