ଜଗତସିଂହପୁର : ବାସହରା ହେଲେ ତିନି ପରିବାର । ଏପରି ଘଟଣା ଘଟିଛି ନାଉଗାଁ ଥାନା ଅଞ୍ଚଳ ର ଘୋଡାନ୍ସ ପଞ୍ଚାୟତ ର ହରିଶପୁର ଗ୍ରାମରେ । ଏହି ଗ୍ରାମର ଶିବ ପ୍ରସାଦ ରାଉଳ, ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳଙ୍କ ଘରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା । ତେବେ ନିଆଁ ଜଳୁଥିବାର ଦେଖି ପରିବାର ଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ନାଉଗାଁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୯୦ ପ୍ରତିଶତ ପୋଡି ପାଉଁଶ ହୋଇଯାଇଛି । ଅପରପକ୍ଷ ତିନି ପରିବାରଙ୍କ ଆର୍ଥିକ ସ୍ଥିତି ସେପରି ସୁଦୃଢ ନଥିବା ବେଳେ ସେମାନେ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ସେମାନଙ୍କ ସମସ୍ତ ସାମଗ୍ରୀ,ଆସବାପତ୍ର, ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି । ତେବେ ସେମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ରେ ଦାବୀ କରିଛନ୍ତି ।
Views: 39











