ଗଞ୍ଜାମ : ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ । ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଭଞ୍ଜନଗର ଓ ଜି. ଉଦୟଗିରି ମେଡିକାଲରେ ଭର୍ତ୍ତି । ବସଟି ବରଗଡରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ବସରେ ଥିଲେ ୫୦ରୁ ଅଧିକ ଯାତ୍ରୀ । ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ନିକଟରେ ଭୟଙ୍କର ଭୂସ୍ଖଳନ ଯୋଗୁ କଳିଙ୍ଗା ଘାଟିରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘାଟିରେ ରାସ୍ତା ନିର୍ମାଣ କାର୍ୟ୍ୟ ଜାରି ରହିଥିବା ବେଳେ ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି। ତେବେ ଗାଡ଼ି ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳି ନଥିଲେ ମଧ୍ୟ କିଛି ଗାଡ଼ି ଯାଆସ କରୁଥିବା ଦେଖାଯାଇଛି ।
Views: 44











