ଭୁବନେଶ୍ୱର : ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇଦେଲେ । କାଲି ବିଷ ପିଇ ଜୀବନ ହାରିଥିବା ପରିବାର ଲୋକଙ୍କ ଅଭିଯୋଗ । ୬ ମାସ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ୨ଟି ପିଲା ଅଛନ୍ତି । ଗତକାଲି ବାନ୍ତି ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଏନେଇ ତଦନ୍ତ କରିଛି । ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା କହିଛନ୍ତି ସ୍ବାମୀଙ୍କ ମୃତ୍ୟୁ ପାଇଁ ଅବସାଦ ଥିଲେ। ତାଙ୍କର ମୃତ୍ୟୁ ପାଇ ଆମେ ଯାହା ସହାୟତା ହୋଇପାରିବୁ ସେନେଇ ବ୍ୟବସ୍ଥା କରୁଛୁ।
Views: 74











