The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ପୁଣି ନୂଆପଡା ଯିବେ ନବୀନ ପଟ୍ଟନାୟକ

Facebook
Twitter
LinkedIn

ନୂଆପଡା : ପୁଣି ନବୀନ ଯିବେ ନୂଆପଡ଼ା । ନୂଆପଡ଼ା ଓ ଖରିଆର ରୋଡରେ କରିବେ ପ୍ରଚାର । ଆସନ୍ତାକାଲି ନୂଆପଡ଼ା ଯାଇ ଦୁଇଟି ଜନସଭାକୁ ସମ୍ବୋଧନ କରିବେ । ରୋଡ ସୋ କରି ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ଭିଡିଓ ବାର୍ତ୍ତାରେ ନୂଆପଡ଼ାବାସୀଙ୍କୁ ନିଜର ଗସ୍ତ ନେଇ ସୂଚନା ଦେଇଛନ୍ତି । ଆପଣଙ୍କ ପାଖକୁ ଆସିବି, ଦୁଇ ପଦ କଥା ହେବି । ଆଶୀର୍ବାଦ ମାଗିବି ବୋଲି କହିଛନ୍ତି ନବୀନ । କୋମନା ସଭା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ନବୀନଙ୍କ କୋମନା ନିର୍ବାଚନୀ ସଭା ପରେ ବଦଳିଛି ନୂଆପଡ଼ା ରାଜନୀତି। ବିଜେଡି ଦମଦାର କ୍ୟାମ୍ପେନ କରି ଭୋଟରଙ୍କ ନିକଟରେ ପହଞ୍ଚିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login