ଜୟପୁର : ଜଳିଗଲା ବସ . ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟବଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା । ସାଲୁର ନିକଟରେ ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ସନେ୍ଦହ । ବସରେ ଥିବା ସମସ୍ତ ୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ହୁ ହୁ ହୋଇ ବସଟି ଜଳିଯାଇଥିଲା । ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ଉପରେ ରଖି ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
Views: 78











