ବ୍ୟୁରୋ : ମହୁରେ ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାର ରହିଥାଏ । ଯାହା ଶରୀରକୁ ବ୍ୟାକ୍ଟେରିଆଠାରୁ ରକ୍ଷା କରିଥାଏ । ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯାହା ତ୍ବଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ । ଯଦି କାଶ ଲଗାତାର ହେଉଛି ତେବେ ଏଥିପାଇଁ ମହୁ ବେଷ୍ଟ ହୋଇଥାଏ । ମହୁରେ ଥିବା ଆଣ୍ଟି ଇମଫ୍ଲୋମେଣ୍ଟାରୀ ଗୁଣ କାଶକୁ ରୋକିବାରେ ସହାୟକ କରିଥାଏ । ହଳଦୀ ଏବଂ ଅଦା ରସ ସହିତ ଗୋଟିଏ ଚାମଚ ମହୁ ମିଶାଇ ଦିନକୁ ୩ ଥର ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଛଡ଼ା ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣକୁ ଦୂର କରେ । ଆପଣ ଚା’ରେ ଚିନି ବଦଳରେ ମହୁର ମଧ୍ୟ ବ୍ୟବହାର କରିପାରିବେ।
ମହୁର ସେବନ କରିବା ଦ୍ବାରା ରକ୍ତରେ ପଲିଫୋନିକ୍ ଏଣ୍ଟିଅକ୍ସିଡ଼େନ୍ସର ମାତ୍ରା ବଢ଼ିଥାଏ । ଯାହା ଦ୍ବାରା ହୃହରୋଗର ଆଶଙ୍କାକୁ କମ୍ କରିଥାଏ । କୋଲେଷ୍ଟ୍ରୋଲ ଥିବା ବ୍ୟକ୍ତିଙ୍କୁ ମହୁ ଖାଇବାକୁ ମଧ୍ୟ ଅନେକ ସମୟରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଏଥିସହ ଭଲ ନିଦ ପାଇଁ ମଧ୍ୟ ସହାୟକ ହୋଇଥାଏ ମହୁ। ଯେଉଁ ବ୍ୟକ୍ତିଙ୍କର ନିଦ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ସେମାନେ ରାତିରେ ଉଷୁମ କ୍ଷୀରରେ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ଏହାର ତୁରନ୍ତ ଉପଚାର ମିଳିବ । ଯଦି ଆପଣ ପାଚନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ବ୍ରେକଫାଷ୍ଟ ପୂର୍ବରୁ ଉଷୁମ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ସେବନ କରିବା ଉଚିତ୍ । ଯାହା ଆପଣଙ୍କୁ ପାଚନ ଜନିତ ସମସ୍ୟାରୁ ଆରାମ ଦେବ । ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଯାହା ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ମହୁ ଭୋକ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। ଦୈନିକ ସକାଳେ ପାଣିରେ ଏକ ଚାମୁଚ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ମେଦ ହ୍ରାସ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିବ ।
ଏହି ଉପାୟରେ ମହୁକୁ ବ୍ୟବହାର କରନ୍ତୁ, ମିଳିବ ଜବରଦସ୍ତ ଫାଇଦା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











